‘ପହେଲା ସତ୍ୟାଗ୍ରହୀ’ରେ ଗାନ୍ଧୀଙ୍କ ଗାଥା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ପାଇଁ ଗାନ୍ଧୀଙ୍କୁ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏମିତିକି ଏକଦା ଚଳନ୍ତା ରେଳଗାଡ଼ିରୁ ତାଙ୍କୁ ଠେଲି ଦିଆଯାଇଥିଲା। ଏହା ହିଁ ଥିଲା ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ନାଟକ ‘ପହେଲା ସତ୍ୟାଗ୍ରହୀ’ ର ବିଷୟ ବସ୍ତୁ। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ ହେଉଛି। ଏହି ଅବସରରେ ନୂଆଦିଲ୍ଲୀ ଜାତୀୟ ନାଟ୍ୟ ବିଦ୍ୟାଳୟ ପକ୍ଷରୁ ପରିବେଷିତ ହୋଇଥିଲା ପ୍ରଫେସର ସୁରେଶ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ହିନ୍ଦୀଭାଷୀ ନାଟକ। ଅତିଥି ଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ, ମନସ୍ୱିନୀ ସାହୁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଭିନ୍ନ ରାଉତରାୟ।

ସମ୍ବନ୍ଧିତ ଖବର