ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଗଣେଶ ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆଜି ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ପୂଜା କମିଟିର କର୍ମକର୍ତାଙ୍କ ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତ ବର୍ଷ ଡିଜେ ବାଜିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଣେଶ ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରତେକ ପୂଜା କମିଟି ପକ୍ଷରୁ ସେଚ୍ଛାସେବୀ ରହିବେ। ଏମାନେ ପୂଜା ଦିନ ଗୁଡ଼ିକ ସହ ଭଷାଣି ଦିନ ଟ୍ରାଫିକ୍ ନିୟନ୍ତ୍ରଣ କରିବେ। ସର୍ବାଧିକ ୬ଟି ସାଉଣ୍ଡ ବକ୍ସ ବାଜିବା ସହ ସେଥିରେ ସାଉଣ୍ଡ ମନିଟର ରହିବ। ପୂଜା ପାଇଁ ବିଭିନ୍ନ ବିଭାଗର ଅନୁମତି ନେବାକୁ ହେବ। ସେପ୍ଟେମ୍ବର ୪, ୬ ଓ ୮ତାରିଖରେ ବିସର୍ଜନ କରାଯିବ ବୋଲି କୁହାଯାଇଛି। ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏସିପି ସୁବାସ ପଣ୍ଡା ପୌରୋହିତ କରିଥିଲେ। ଏଥିରେ ୨୨ଟି ପୂଜା କମିଟିର କର୍ମକର୍ତା ଯୋଗ ଦେଇଥିଲେ।
ପୁରୁଣା ଭୁବନେଶ୍ୱରରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ, ବାଜିବନି ଡିଜେ
/sambad/media/post_attachments/wp-content/uploads/2019/08/ganesh.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)