ବାଲିଅନ୍ତା: ଗୋଷ୍ଠୀ ସଂଘର୍ଷରେ ୬ ଗୁରୁତର

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ପୁରୀ ମୁଖ୍ୟ କେନାଲ ସାଇଫନ୍‌ ନିକଟରେ ଆଜି ପୂର୍ବାହ୍ନରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡ‌ଗୋଳ ହୋଇଛି। ଏଥିରେ ଉଭୟ ପକ୍ଷର ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମାରପିଟ୍‌ ହୋଇଥିବା ଜଣାପଡ଼ିଛି। ଆହତମାନେ ହେଲେ, ବାଲିପାଟଣା ଥାନା ଅନ୍ତର୍ଗତ ଝିଣ୍ଟି ମଲ୍ଲିକ ସାହିର ସୁକାନ୍ତି ମଲ୍ଲିକ, ବିଜୟ ମଲ୍ଲିକ ଓ ବାବୁନା ମଲ୍ଲିକ ଏବଂ ଅନ୍ୟପକ୍ଷର ରମେଶ ମଲ୍ଲିକ, ବାସୁଦେବ ମଲ୍ଲିକ ଓ ତାଙ୍କ ପୁଅ କୁରେଶ ମଲ୍ଲିକ। ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଉଭୟପକ୍ଷ ବାଳକାଟି ଫାଣ୍ଡିରେ ଅଭିଯୋଗ କରିବାରୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା।

ସୂଚନା ଅନୁସାରେ, ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୦ଟା ବେଳେ ବିଜୟ ଓ ବାବୁନା ସ୍କୁଟିରେ ଘରକୁ ଫେରୁଥିବା ବେଳେ ସାଇଫନ ଛକ ନିକଟରେ ପ୍ରଥମେ ଅପରଗୋଷ୍ଠୀର ୪ଜଣ ଯୁବକ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଗ୍ରାମରେ ଉଭୟପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ସମ୍ବନ୍ଧିତ ଖବର