ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ

ଭୁବନେଶ୍ୱର : କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ମିସନର ପ୍ରଥମ ଶିକାର ହୋଇଥିବା ଚର୍ଚ୍ଚିତ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ ହୋଇଛି। ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ସତ୍ୟନାରାୟଣ ପ୍ରଧାନ ରାଜାର ଜାମିନ୍‌ ଆବେଦନ ଖାରଜ କରିବା ସହ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ ରାୟ ଶୁଣାଇଛନ୍ତି। ଅକ୍ଟୋବର ୧୮ ତାରିଖରେ ରାଜା ଗିରଫ ହୋଇ ଜେଲ୍‌ରେ ଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୁରେଶ କୁମାର ବାରିକ ମାମଲା ପରିଚାଳନା କରୁଥି‌ଲେ। ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡ ଭୋଗିବା ପରେ ନିକଟ ଅତୀତରେ ରାଜା ମୁକୁଳିଥିଲା। ଫେରିବା ପରେ ୟୁନିଟ୍‌-୧ ଅଞ୍ଚଳରେ ସରକାରୀ ଜମିରେ ଘର ତିଆରି କରିଥିଲା। ଦାଦାବଟି ମାଗିବା ସହ ଲୋକଙ୍କୁ ହତ୍ୟା ଧମକ ଦେଉଥିଲା। ଏନେଇ ଅଭିଯୋଗ ହେବା ପରେ କ୍ୟାପିଟାଲ ଥାନା ପୁଲିସ୍‌ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର