କାର୍‌ରୁ ଦେଢ଼ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ବର : କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଟୋଲ୍‌ ଗେଟ୍‌ ନିକଟରେ ଚଢ଼ଉ କରାଯାଇ ଏକ ବଡ଼ଧରଣର ଗଞ୍ଜେଇ ଚାଲାଣ ରୢାକେଟ୍‌କୁ ଠାବ କରାଯାଇଛି। ଏକ ସ୍ବିଫ୍‌ଟ ଡିଜାୟାର୍‌ କାର୍‌(ଏପି୧୩ବିଏମ୍‌-୪୬୩୭)ରୁ ୧୫୫ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଂଜେଇର ବଜାର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗିରଫ ହୋଇଥିବା ଚାଲାଣକାରୀମାନେ ହେଲେ ଜାମ୍‌ସେଦପୁର ଟାଟାର ସେକ୍ ଚୌହାନ(୨୬), ଆବିଦ୍‌ ଅନ୍‌ସାରୀ(୨୮), ପଶ୍ଚିମବଙ୍ଗର ବିଭୁ ବିଶ୍ବାସ ଓ ଧରମ୍‌ ନାଥ। ଚଢ଼ଉ କରିଥିବା ସ୍କ୍ବାଡ୍‌ର ନେତୃତ୍ବ ନେଇଥିବା ଅବକାରୀ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ସୂଚନାନୁସାରେ ଏହି ଚାଲାଣକାରୀମାନେ ମୁଖ୍ୟତଃ ଗଞ୍ଜାମରୁ ଗଞ୍ଜେଇ କିଣି ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ। ଏମାନଙ୍କଠାରୁ ଓଡ଼ିଶାରେ ହେଉଥିବା ଚାଷ ଓ ଗଞ୍ଜେଇ ମାଫିଆମାନଙ୍କ ବାବଦରେ ବହୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଚାଲିଛି।

ସମ୍ବନ୍ଧିତ ଖବର