ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ପଦ୍ମପୁରରୁ ଆଜି ଜଣେ ପେସାଦାର ବେପାରୀ ଘରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାଡ୍ ଦ୍ବାରା ଗିରଫ ହୋଇଥିବା ଏହି ବେପାରୀ ହେଲେ ବିଜୟ କୁମାର ମାଣିଆ। ତାଙ୍କ ଘରୁ ଅବକାରୀ ସ୍କ୍ବାଡ୍ ନଗଦ ୪୨ ହଜାର ଟଙ୍କା ଓ ୧ କ୍ବିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୂଚନାନୁସାରେ, ବିଜୟ ଏହି ଗଞ୍ଜେଇ କନ୍ଧମାଳରୁ ଆଣି ରାଜଧାନୀ ଓ ତା’ର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲା। ଗଞ୍ଜେଇ କିଲୋ ପିଛା ୩ ହଜାର ଟଙ୍କାରେ କିଣି ସେ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ଖୁଚୁରା ବେପାରୀଙ୍କୁ ୮ରୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ତେବେ ଏହି ମାଲ ଚାଲାଣ ପଛରେ ବିଜୟ ସହିତ ଆଉ କିଏ ଅଛି, ତାହା ଜାଣିବା ପାଇଁ ଅବକାରୀ ସ୍କ୍ବାଡ୍ ଖୋଳତାଡ଼ କରୁଛି।
୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ବେପାରୀ ଗିରଫ
/sambad/media/post_attachments/wp-content/uploads/2020/09/ganjei.jpeg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)