ଭୁବନେଶ୍ବର : ଫୁଲବାଣୀରୁ ବିହାର ଯାଏ ଲମ୍ବିଥିବା ଏକ ଗଞ୍ଜେଇ ଚାଲାଣ ରୢାକେଟ୍କୁ ସହିଦନଗର ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୪ଜଣ ମାଫିଆଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଫୁଲବାଣୀ ଅଞ୍ଚଳର ବବୁଲ ଗଣ୍ଡା, ଦିବାକର କଅଁର, କୁନା କଅଁର ଏବଂ ବିହାରର ସେକ୍ ମହମ୍ମଦ ଓରଫ ଟୁନା। ସେମାନଙ୍କଠାରୁ ଏକ କୁଇଣ୍ଟାଲ୍ ଗଞ୍ଜେଇ ସହ ଗୋଟିଏ କାର୍ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2022/06/ganja-1-300x157.jpg)
ସୂଚନା ମୁତାବକ, ପୂର୍ବରୁ ବିଭିନ୍ନ ସମୟରେ ଏହି ଗ୍ୟାଙ୍ଗ ଗଞ୍ଜେଇ ଚଲାଣ କରୁଥିବା ନେଇ କମିସନରେଟ୍ ପୁଲିସ ହାତରେ ଖବର ଲାଗିଥିଲା। ଶନିବାର ରାତିରେ ଏହି ଗ୍ୟାଙ୍ଗ ଫୁଲବାଣୀରୁ ଗଞ୍ଜେଇ ନେଇ ଆସୁଥିବା ସହିଦନଗର ଥାନା ପୁଲିସ ଜାଣିବାକୁ ପାଇଥିଲା। ଖବର ପାଇବା ପରେ ଥାନାର ଗୋଟିଏ ଟିମ୍ ଜାତୀୟ ରାଜପଥରେ ପଇଁନ୍ତରା ମାରୁଥିବା ବେଳେ ଅନ୍ୟ ଟିମ୍ଟି ଆଚାର୍ଯ୍ୟବିହାର ଆଖଣ୍ଡଳମଣି ମନ୍ଦିର ନିକଟ ସ୍ପିଡ୍ ବ୍ରେକର୍ ନିକଟରେ ବ୍ଲକିଂ କରିଥିଲା। ଦିନ ପାଖାପାଖି ୧୧ଟା ସମୟରେ ସେମାନଙ୍କ କାରକୁ ପାଟ୍ରୋଲିଂ ଟିମ୍ ଠାବ କରିବା ପରେ ପିଛା କରିଥିଲା। ପୁଲିସ ପିଛା କରୁଥିବା ଜାଣିବା ପରେ ସେମାନେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ହେଲେ ଆଗରେ ବ୍ଲକିଂ କରୁଥିବା ଟିମ୍ ଆଚାର୍ଯ୍ୟବିହାର ନିକଟରେ ଅଟକାଇଥିଲା। ଉଭୟ ଟିମ୍ କାର୍କୁ ଘେରିଯାଇଥିଲେ। ସେହିପରି ଚାରିପଟୁ ଟ୍ରାଫିକ୍ ବି ଜାମ୍ ହୋଇଯାଇଥିଲା। ତେଣୁ ମାଫିଆ ଯିବାକୁ ଆଉ ବାଟ ପାଇନଥିଲେ। ପୁଲିସ ସେମାନଙ୍କୁ କାବୁ କରିବା ସହ କାର୍ ଡିକିରୁ ଗଞ୍ଜେଇ ଜବତ କରିଥିଲା। ଥାନାକୁ ନେଇ ପଚରା ଉଚରା ପରେ ସେମାନେ ବିହାର ଚାଲାଣ ପାଇଁ ନେଉଥିବା ମାନିଥିଲେ। ଏନଇେ ପୁଲିସ ଏକ ମାମଲା ରୁଜୁକରି ୪ ମାଫିଆଙ୍କୁ କୋର୍ଟ ଚାଲାଣ କରିଛି।
ଗ୍ରାହକଙ୍କୁ ଜଗିଥିଲେ, ପୁଲିସ୍ ମାଡ଼ି ବସିଲା
ଭୁବନେଶ୍ବର : ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ସହିଦନଗର ଥାନା ପୁଲିସ ଦୁଇ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ, ପୋଖରୀପୁଟ ଅଞ୍ଚଳର ଶଙ୍କର ବିନ୍ଧାଣୀ(୨୦) ଓ ଚିକୁ ନାୟକ ଓରଫ ଗୁଡ଼ୁ(୨୧)। ପୁଲିସ ଉଭୟଙ୍କଠାରୁ ୪୦ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୪ଲକ୍ଷ ଟଙ୍କା ହେବ। ସୂଚନା ମୁତାବକ, କିଛି ଦିନ ହେବ ଉଭୟ ରାଜଧାନୀର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ବ୍ରାଉନ୍ସୁଗାର ଯୋଗାଉଥିବା ପୁଲିସକୁ ଖବର ମିଳିଥିଲା। ତେଣୁ ପୁଲିସ୍ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଆଜି ଦିନ ପ୍ରାୟ ୧୧ଟାରେ ଗୁଡୁ ଓ ଶଙ୍କର ଶାନ୍ତିପଲ୍ଲୀ ବସ୍ତି ନିକଟରେ ଥିବା ଏକ ନିଛାଟିଆ ଘରେ କିଛି ଗ୍ରାହକଙ୍କୁ ବ୍ରାଉନ୍ସୁଗାର ବିକିବାକୁ ଅପେକ୍ଷା କରିଥିବା ବେଳେ ପୁଲିସ ଚଢ଼ଉ କରି ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୪୦ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ganja-brownsugar.jpg)