ଭୁବନେଶ୍ବର : ଶୁକ୍ରବାର ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରୁ କୋଲକାତା ଚାଲାଣ ହେଉଥିବା ପ୍ରାୟ ୫୦ କେଜି ଗଂଜେଇ ଜବତ କରିଛି ଭରତପୁର ପୁଲିସ। ଗଂଜେଇ ଚାଲାଣକାରୀ ୪ ଅନ୍ତଃରାଜ୍ୟ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ପ୍ରଗଣାର ନସିରୁଦ୍ଦିନ ମଲ୍ଲ, ଜବୀର ହୋସେନ୍ ବୈଦ୍ୟ, ସିରାଜୁଲ ହଳଧର ଓ ଆକ୍ରାମ୍ ଅଲ୍ଲୀ। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଶୁକ୍ରବାର ସକାଳୁ ୪ ଅଭିଯୁକ୍ତ କନ୍ଧମାଳରୁ ଗଂଜେଇ ଆଣି ବରମୁଣ୍ଡାରେ ପହଞ୍ଚିଥିଲେ। ବସ୍ରୁ ଓହ୍ଲାଇବା ପରେ ସେମାନେ କୋଲକାତା ବସ୍କୁ ଅପେକ୍ଷା କରିଥିଲେ। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରିଥିଲା। ସେମାନଙ୍କୁ ଯାଞ୍ଚ କରିବା ପରେ ଗଞ୍ଜେଇ ମିଳିଥିଲା। ଏମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ଆସି ଗଞ୍ଜେଇ ନେଇ କୋଲକାତାରେ କାରବାର କରୁଥିବା ଜଣାପଡ଼ିଛି। ଏମାନେ କନ୍ଧମାଳରୁ କେଉଁଠୁ ଗଞ୍ଜେଇ ଆଣିଥିଲେ ଓ ଓଡ଼ିଶାର କେଉଁ ମାଫିଆ ଏମାନଙ୍କୁ ସହଯୋଗ କରୁଛି, ତାହା ଉପରେ ପୁଲିସ ଖୋଳତାଡ୍ କରୁଛି।
୫୦କେଜି ଗଞ୍ଜେଇ ଜବତ, ୪ ଅନ୍ତଃରାଜ୍ୟ ବେପାରୀ ଗିରଫ
/sambad/media/post_attachments/wp-content/uploads/2021/09/contraband.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)