ବସ୍‌ଷ୍ଟାଣ୍ଡ୍‌ରୁ ଧରାହେଲେ ତିନି ଅନ୍ତଃରାଜ୍ୟ ଗଂଜେଇ ବେପାରୀ, ୨ଲକ୍ଷ ଟଙ୍କାର ଗଂଜେଇ ଜବତ

ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଶୁକ୍ରବାର ଦିନ ଭରତପୁର ପୁଲିସ ୩ ଅନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗ ଉତ୍ତର ୨୪ପ୍ରଗାଣର ତାପସ ମଣ୍ଡଳ(୩୬) ଓ ହାଫିଜ୍ ଗାଜି(୪୮), ଦକ୍ଷିଣ ୨୪ପ୍ରଗଣାର ଅରୁଣ ସାହୁ। ସେମାନଙ୍କ ନିକଟରୁ ୨୨ କେଜି ଗଂଜେଇ ଜବତ ହୋଇଛି। ନିଶା ବଜାରରେ ଏହାର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଅଭିଯୁକ୍ତମାନେ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏକ ବସ୍‌ରେ ଏହି ଗଂଜେଇ କୋଲକାତା ନେଉଥିବା ବ‌େଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ଅଟକାଇଥିଲା। ଅଭିଯୁକ୍ତମାନେ କିଛି ଦିନ ତଳେ କନ୍ଧମାଳରୁ ବସ୍‌ରେ ଗଂଜେଇ ଆଣି ଭୁବନେଶ୍ବରରେ ରଖିଥିଲେ। ଆଗକୁ ପୂଜା ବଜାର ଥିବାରୁ ସେ କୋଲକାତା ରାମେଶ୍ବରପୁର ଅଞ୍ଚଳରେ ଏହାକୁ ବିକ୍ରି କରିଥା’‌ନ୍ତେ ବୋଲି ପୁଲିସ ଆଗରେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର