୨୧ କେଜି ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ବର : ଓୟୁଏଟି ଫାର୍ମଗେଟ୍ ଅଞ୍ଚଳରେ ଚଢ଼ଉ କରି କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ୍ ୨୧କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଆନ୍ଧ୍ର ଶ୍ରୀକାକୁଲମ୍‌ର କ୍ରିଷ୍ଣା ମାଝୀ ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରୁକ୍ମିଣି ପାଇକାଙ୍କୁ ପୁଲିସ ଗିରଫ କରିଛି। ଗଜପତି ଜିଲ୍ଲାରୁ ଏମାନେ ଗଞ୍ଜେଇ ଆଣି ଭୁବନେଶ୍ୱର ବିଭିନ୍ନ ଦୋକାନରେ ବିକ୍ରି କରନ୍ତି ବୋଲି ପଚରାଉଚରା ବେଳେ କହିଛନ୍ତି।

ସମ୍ବନ୍ଧିତ ଖବର