ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ରାଜଧାନୀରେ ଲାଗୁ ହେବ ଗଂଜାମ ଫର୍ମୁଲା

ଭୁବନେଶ୍ୱର: ଭୁବନେଶ୍ବରରେ ଲାଗୁ ହେବ ଗଂଜାମ ଫର୍ମୁଲା । କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଏମ ପାରୁଲ ପଟୁୱାରୀ କହିଛନ୍ତି । ଏଥିସହିତ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ ହେବ । ଏହି ହେଲଥ ସ୍କ୍ରିନିଂ ବସ୍ତି ଏବଂ ଅନ୍ୟ ଅଂଚଳରେ କରାଯିବ ବୋଲି କୁହାଯାଉଛି। ଏଥିପାଇଁ ୫୬୫ ରାପିଡି ରେସପନ୍ସ ଟିମ ଗଠନ କରାଯାଇଛି । ଏପରିକି କୌଣସି କରୋନା ନେଇ ସନ୍ଦେହ ଥିଲେ ୧୯୨୯କୁ କଲ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ।

ହୋମ ଆଇସୋଲେସନରେ ଥିବା ଘରୁ ବିଏମସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ଏଥିସହିତ ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ । କରୋନା ଆକ୍ରାନ୍ତ କୋଭିଡ ନିୟମ ମାନୁଛନ୍ତି କି ନାହିଁ ତାହା ଉପରେ ମଧ୍ୟ କଡ଼ା ନଜର ରଖାଯିବ । କେବଳ ଏତିକି ନୁହେଁ, ହସ୍ପିଟାଲରେ ବେଡ ସଂଖ୍ୟା ବଢାଯିବ ବୋଲି ପାରୁଲ ପଟୁୱାରୀ କହିଛନ୍ତି ।

 

ସମ୍ବନ୍ଧିତ ଖବର