ଭୁବନେଶ୍ବର: ରାଜଧାନୀ ଉପକଣ୍ଠରୁ ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଟ୍ରକରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ୩ ତାରିଖ ଦିନ ତମାଣ୍ଡୋ ଛକ ନିକଟରେ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ସେହି ଟ୍ରକରୁ ୧୦୧୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଉକ୍ତ ଟ୍ରକର ଏକ ଗୋପନୀୟ ଚାମ୍ବରରେ ଗଞ୍ଜେଇ ନେଇ ଚାଲାଣ ହେଉଥିଲା। ଏହି ମାମଲାରେ ବିହାରର ରାଜେଶ ସିଂହ(୨୮) ନାମକ ଜଣେ ଯୁବକକୁ ଗିରଫ କରିଛି ଏସଟିଏଫ୍। ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯିବାର ସୂଚନା ମିଳିଛି।
ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ: ଜଣେ ଗିରଫ
/sambad/media/post_attachments/wp-content/uploads/2022/06/1d97f3fc-6d48-439b-a454-01ae277ef772.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)