ଭୁବନେଶ୍ବର: ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାକୁ ନେଇ ଚାରି ଆଡ଼େ ପ୍ରତିବାଦର ସ୍ବର ଉଠିଛି। ସୋମବାର ଘଟଣା ଘଟିଥିବା ବେଳେ ମଙ୍ଗଳବାର ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଥିଲେ। ଏଥିରେ ସହରକୁ ସ୍ବଚ୍ଛ ରଖୁଥିବା ସ୍ବଚ୍ଛସାଥୀ, ସଫେଇ ସୁରଭାଇଜର, ସଫେଇକର୍ମୀ ମଧ୍ୟ ସାମିଲ ହୋଇ ଅଳିଆ ଉଠାଇବା ବନ୍ଦ କରି ଦେଇଥିଲେ। ତେବେ ଆଜି ସଫେଇ କାର୍ଯ୍ୟ ସ୍ବାଭାବିକ ହୋଇଛି ବୋଲି କମିସନର ଓ ମେୟର ସୂଚନା ଦେଇଛନ୍ତି। କିନ୍ତୁ ବାସ୍ତବରେ ସହରର କିଛି ସ୍ଥାନରେ ସଫେଇ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଅଳିଆ ଉଠି ପାରିନାହିଁ।

Advertisment

ଏମିତିକି ଦିନର ୧ଟା ପର୍ଯ୍ୟନ୍ତ ବିଏମ୍‌ସି କାର୍ଯ୍ୟାଳୟ ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରୁ ଅଳିଆ ଉଠା ଯାଇନଥିବା ଦେଖିବାକୁ ମିଳିଥିଲା। ସେହିପରି ବିଭିନ୍ନ ବଜାର, ୱାର୍ଡର ଅନେକ ସ୍ଥାନରେ ସଫେଇ କରାଯାଇନାହିଁ। ଏନେଇ ମେୟର କହିଛନ୍ତି, ମାଡ଼ ଘଟଣାରେ ବିଏମ୍‌ସିର ଅଧିକାରୀ ଓ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କିନ୍ତୁ ଲୋକ ହଇରାଣ ନହେବା ପାଇଁ ସଫେଇ କରାଯିବାକୁ ସମସ୍ତଙ୍କୁ କୁହାଯାଇଛି।