ଗ୍ୟାସ ସିଲିଣ୍ଡର ଟ୍ରକକୁ ପିଟିଲା ଚିଙ୍ଗୁଡ଼ି ଟ୍ରକ, ୨ ଗୁରୁତର

ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ ଉପରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକକୁ ଚିଙ୍ଗୁଡ଼ି ଟ୍ରକ ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ ସମୟରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକଟି ବରମୁଣ୍ଡା ପଟୁ ରସୁଲଗଡ଼ ଆଡ଼କୁ ଯାଉଥିଲା ବାଣୀବିହାର ଓଭରବ୍ରିଜ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯାଇଥିଲା। ସେହି ସମୟରେ ଚିଙ୍ଗୁଡ଼ି ନେଇ ଆସୁଥିବା ଟ୍ରକଟି ଭାରସାମ୍ୟ ହରାଇ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ଭିତରେ ଚାଳକ ଓ ହେଲ୍‌ପର ଚାପି ହୋଇ ରହିଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର