ଜଙ୍ଗଲ ଜମି ଅଧିକାରରେ ଜମିପଟ୍ଟା ପ୍ରଦାନ ନେଇ ସମାବେଶ

ଚନ୍ଦ୍ରଶେଖରପୁର: ଜଙ୍ଗଲ ଜମି ଅଧିକାରରେ ଜମିପଟ୍ଟା ପ୍ରଦାନ, ଜାଗା ମିସନ୍ ମାଧ୍ୟମରେ ଜମିପଟ୍ଟା ଦେବା ପରି ବିଭିନ୍ନ ଦାବିରେ ଆଜି ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଆଦିବାସୀ ଗାଁ ଫୁଟବଲ ପଡ଼ିଆରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସାଲିଆସାହି ଆଞ୍ଚଳିକ କମିଟିର ଆବାହକ ମଣ୍ଡଳୀ ସଭାପତି ଜୟଦେବ ନାୟକ, ସଭ୍ୟ ସାଲ ମାର୍ଣ୍ଡି, ରଘୁନାଥ ନାଥ, ପ୍ରମିଳା ବେହେରା, ଅଞ୍ଜନ ନାଥ, ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଚିନ୍ମୟ ଦାସ, ବିଜେପି ନେତା ଦିଲ୍ଲୀପ ମହାନ୍ତି, ସିପିଆଇ(ଏମ୍‌ଏଲ୍) ଲିବରେସନ୍ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହେନ୍ଦ୍ର ପରିଡ଼ା, ବରିଷ୍ଠ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋ, ସମାଜବାଦୀ ପାର୍ଟି ରାଜ୍ୟ କମିଟି ସଭ୍ୟ ସୁଦର୍ଶନ ପ୍ରଧାନ, ସିପିଆଇ(ଏମ୍‌ଏଲ୍‌) ରେଡ୍‌ଷ୍ଟାରର ହେନା ବାରିକ, ଆମ୍ ଆଦ୍‌ମୀ ପାର୍ଟିର ଜୟସୂର୍ଯ୍ୟ କାନୁନ୍‌ଗୋ, ବସ୍ତି ସୁରକ୍ଷା ମଞ୍ଚର ଶରତ ଦାସ, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରବୀନ୍ଦ୍ର ଟୁଡୁ, ବସ୍ତିବାସିନ୍ଦା ମହାସଭାର ଚାମ୍ବୁରୁ ସୋରେନ୍, ଆଞ୍ଚଳିକ କମିଟିର ଆବାହକ ମଣ୍ଡଳ ସଭ୍ୟ ଉମେଶ ଦାସ,ଗଦାଧର ପ୍ରଧାନ, ପବିତ୍ର ମଲ୍ଲିକ, ବିକ୍ରମ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର