‘ଗୌରବ’ ରଥଯାତ୍ରା ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବ୍ଲାକ ଇଗଲ ବୁକ୍ସର ଇଣ୍ଟଲେକ୍ଟ ସେଣ୍ଟରରେ ‘ଗୌରବ’ ରଥଯାତ୍ରା ସଂଖ୍ୟା ଲୋକାର୍ପିତ ହୋଇଯାଇଛି। ଗୌରବର ସଂପାଦକ ଶଙ୍କର୍ଷଣ ଦାଶ ଓ ଅଶୋକ ପରିଡ଼ାଙ୍କ ସଂଯୋଜନାରେ ଓ ସାହିତ୍ୟ ସଂଗଠକ ସରୋଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ କବି ଓ ସମାଲୋଚକ ଡ. ଶତ୍ରୁଘ୍ନ ପାଣ୍ଡବ, ବିଶିଷ୍ଟ କବି ତଥା ଅନୁବାଦକ କ୍ଷୀରୋଦ ପରିଡ଼ା, କଥାକାର ପରେଶ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ଗୌରବ ଓଡ଼ିଶାର ପତ୍ରିକା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସମର୍ଥ ହୋଇଛି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ପ୍ରାବନ୍ଧିକ ଅଶୋକ ମହାନ୍ତି, ପ୍ରଶାସନିକ ଅଧିକାରୀ ପିୟୂଷ ପଟ୍ଟନାୟକ, ଯୁଗଳ କିଶୋର ଦାସ, ନୀଳାଦ୍ରିଭୂଷଣ ମହାପାତ୍ର, ସୁଶାନ୍ତ ନାୟକ, ସନ୍ତୋଷ ଜେନା, ଅଧ୍ୟାପକ ଅଭୟ କୁମାର ଦାଶ, ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ପତ୍ରିକା ଲୋକାର୍ପଣ କରିଥିଲେ। କବି ପ୍ରମୋଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର