‘କୁନାକୁନି ମେଳା’ରେ ମନମୋହିଲା ଘୁମୁରା ନୃତ୍ୟ

ଚନ୍ଦ୍ରଶେଖରପୁର : ପିଲାଙ୍କ ପତ୍ରିକା ‘କୁନା କଥା’ପକ୍ଷରୁ ଆଜି କିସ୍‌’ ସଭାଗୃହରେ ‘କୁନାକୁନି ମେଳା’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସମ୍ବଲପୁରୀ, ପାଇକ ଓ ଓଡ଼ିଶୀ ନୃତ୍ୟ ସମେତ କଳାହାଣ୍ଡିର ଲୋକନୃତ୍ୟ ଘୁମୁରା ଆଦି ପରିବେଷିତ ହୋଇଥିଲା। ‘କିସ୍‌’ର କୁନି କୁନି ପିଲାଙ୍କ ଦ୍ୱାରା ପରିବେଷିତ ଢେମସା ଓ ଘୁମରା ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ। ଶେଷରେ ସମସ୍ତ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର