ଭୁବନେଶ୍ବର : ବଡ଼ି ହେଉ ଅବା ବରା। ଚକୁଳି ହେଉ ଅବା ଦୋସା। ବିରିରୁ ପ୍ରସ୍ତୁତ ଏହି ଖାଦ୍ୟ ପ୍ରାୟ ସବୁ ଓଡ଼ିଆଙ୍କ ପ୍ରିୟ। ମାତ୍ର ଏସବୁ ଯଦି ଘୁମୁସର ବିରିରେ ପ୍ରସ୍ତୁତ ହୁଏ, ସ୍ବାଦ ଦ୍ବିଗୁଣିତ ହୋଇଯାଏ। ଘୁମୁସରରେ ଚାଷ ହେଉଥିବା ସ୍ବତନ୍ତ୍ର କିସମ ‘କାର୍ତିକା ବିରି’ର ଇଟିଲି ପ୍ରିୟ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବହୁଳ ଚାହିଦା ଥିବା ବେଳେ ଆଦିବାସୀ ମେଳାରେ ଏବେ ଚାହିଦାରେ ରହିଛି। ଗଂଜାମର ସରପଡ଼ା, ଖୁରୁଡ଼ୁଗୋଛା, ରିପିଟିପଲ୍ଲୀ, ଗୋଛାପଲ୍ଲୀ ଅଞ୍ଚଳରେ ଏହା ଜନଜାତି ଲୋକଙ୍କ ଦ୍ବାରା ଜୈବିକ ପଦ୍ଧତିରେ ଚାଷ ହୁଏ ବୋଲି ଏଫ୍ଏମ୍ୟୁ କୋର୍ଡିନେଟର ଜିତେନ୍ଦ୍ର କୁମାର ମହାପାତ୍ର କହିଛନ୍ତି। ସଂପ୍ରତି ଏହା ଆଦିବାସୀ ମେଳାରେ ୭ ଓ ୮ ନମ୍ବର ଷ୍ଟଲ୍ରେ ଉପଲବ୍ଧ ହେଉଛି।
ଆଦିବାସୀ ମେଳାରେ ଘୁମୁସର ବିରି
/sambad/media/post_attachments/wp-content/uploads/2019/02/ghumusar-biri-photo-satya.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)