ଭୁବନେଶ୍ୱର : ଦୀପାବଳି ଅବସରରେ ସାଇକେଲ୍‌ଗିରିର ଆଉ ଏକ ଅଭିନବ ପ୍ରୟାସ କରାଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ପ୍ରୟାସରେ ପ୍ରଗତିସାଥିଙ୍କୁ ୨୦ଟି ସାଇକଲ୍ ଦିଆଯାଇଛି। ଏଥିସହ ସାଇକଲ୍‌ ନଥିବା ବସ୍ତି ଅଞ୍ଚଳର ୫ଜଣ ପିଲାଙ୍କୁ ସାଇକେଲ ମିଳିଛି। ପ୍ରଗତି ସାଥୀମାନେ କୌଣସି ପ୍ରକାର ବେତନ ନ ନେଇ ନିସ୍ୱାର୍ଥପର ସେବା ଯୋଇ ଆସୁଛନ୍ତି। ବର୍ଷବର୍ଷ ଧରି ନିଜ ଅଞ୍ଚଳରେ ସେମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ସୂଚନା ପ୍ରଦାନ, କୋଭିଡ୍ ଭଳି ପରିସ୍ଥିତିରେ ନିଜ ଅଞ୍ଚଳରେ ଘରକୁ ଘର ବୁଲି ବସ୍ତି ଓ ସଂଲଗ୍ନ ଅଞ୍ଚଳରେ ସେବା ଯୋଗାଇଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଆଗରେ ଏହି ସାଇକେଲ୍ ଉପହାର ଏକ ସ୍ମତି ସ୍ୱରୂପ। ଏହା ସେମାନଙ୍କୁ ଉତ୍ସାହିତ କରିବ। ସହିଦନଗରସ୍ଥିତ ସ୍ମାର୍ଟ ପାର୍କଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ର ଜେନେରାଲ୍ ମ୍ୟାନେଜର୍‌ ଦୀପ୍ତିରାଣୀ ସାହୁ, ଜେନେରାଲ ମ୍ୟାନେଜର୍‌ (ଆଡ୍‌ମିନିଷ୍ଟ୍ରେସନ୍) କମଲ୍‌ଜିତ୍ ଦାସ ଉପସ୍ଥିତ ରହି ସାଇକେଲ ଉପହାର ଦେଇଥିଲେ।