ଜିଆଇଇଟି ଘଙ୍ଗାପାଟଣାର ବାର୍ଷିକୋତ୍ସବ ‘ସୁରଭି-୨୦୧୮’

ଭୁବନେଶ୍ୱର: ଘଙ୍ଗାପାଟଣାସ୍ଥିତ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏକ୍ସଲେଣ୍ଟ ଟେକ୍ନାକ୍ରାଟ୍‌ସର ବାର୍ଷିକୋତ୍ସବ ‘ସୁରଭି ୨୦୧୮’ ଅନୁଷ୍ଠିତ ହୋଇଯାଇଛି। ସପ୍ତାହ ବ୍ୟାପୀ ଉକ୍ତ କାଯ୍ୟର୍କ୍ରମର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ନଗର ଟାଟା ଷ୍ଟିଲ୍‌ର ମୁଖ୍ୟ ମାନବ ସମ୍ବଳ ପରାମର୍ଶଦାତା ପାର୍ଥସାରଥି ମିଶ୍ର ତାଙ୍କ ଅନୁଭୂତି ବର୍ଣ୍ଣନା କରିବା ସହିତ ଯୁବ ଇଂଜିନିୟର ମାନଙ୍କୁ କଠୋର ପରିଶ୍ରମ କରି ରାଜ୍ୟ ତଥା ଦେଶକୁ ଆଗେଇ ନେବା ପାଇଁ ଆହ୍ଵାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜାମ୍‌ସେଦ୍‌ପୁରସ୍ଥିତ କାୟୋସେରା କମ୍ପାନିର ସିନିୟର ଆଡ୍‌ଭାଇଜ୍‌ର ଇଂ ସୁଖ୍‌ଦେବ୍‌ ସିଂ, ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ସଫଳ ଇଂଜିନିୟର ହେବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଭାଇସ୍‌ ଚେୟାରମ୍ୟାନ ଇଂ ରାମନାରାୟଣ ସାବତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରିନ୍ସପାଲ ଡ. ରାଜେନ୍ଦ୍ର କୁମାର ଦାସ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଭାଇସ୍‌ ପ୍ରିନ୍ସପାଲ୍‌ ପ୍ରଫେସର ସତ୍ୟପ୍ରକାଶ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କାଯ୍ୟକ୍ରମକୁ ପ୍ରଫେସର ତାରାକାନ୍ତ ସାହୁ ପରିଚାଳନା କରିଥିଲେ। ଜିଏମ୍‌ ହେମୋ ଚନ୍ଦ୍ର ଜେନା, ଏଓ ଯତୀନ୍ଦ୍ର କୁମାର ମିଶ୍ର, ପ୍ଲେସ୍‌ମେଣ୍ଟ ମ୍ୟାନଜର୍‌ ସୁମିତା ପାଢ଼ୀ ଓ ରେଜିଷ୍ଟାର୍‌ ଉତ୍କଳ ରଜଂନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର