ଭୁବନେଶ୍ବର: ଶନିବାର ଦିନ ବିଜେବି କଲେଜରେ ଯୁକ୍ତ ୩ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନକୁ ଟମାଟୋ ମାଡ଼ କରିଛନ୍ତି। ରାତି ପ୍ରାୟ ୯ଟାରେ ଛାତ୍ର କଂଗ୍ରେସ ସଭାପତି ୟାସିର ନଵାଜଙ୍କ ନେତୃତ୍ବରେ ପ୍ରାୟ ୨୦ରୁ ଅଧିକ କର୍ମୀ ପ୍ରଥମେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଓ ଜୋନ୍-୧ ଏସିପି ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ହଠାତ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରିବା ସହିତ ତୁରନ୍ତ ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ନାରାବାଜି କରିଥିଲେ। ମୃତ ରୁଚିକା ମହାନ୍ତିଙ୍କ ପରିବାର ବର୍ଗଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ପଦବିରୁ ଇସ୍ତଫା ଦେବାକୁ ଦାବି କରିଥିଲେ।
ଏହି ଆନ୍ଦୋଳନରେ ରଜତ ଚୌଧୁରୀ, ବିଶ୍ଵଭୂଷଣ ମହାପାତ୍ର, ରଞ୍ଜିତ ପାତ୍ର, ଆଖିଳେଶ ଯାଦବ, ମହମ୍ମଦ ଗୁଲଫାମ, ସାଗର ପଟ୍ଟନାୟକ, ଜଗଦୀଶ ଗଜେନ୍ଦ୍ର, ମହମ୍ମଦ ସାମିଉଲ, ଉଦିତ ପ୍ରଧାନ, ରିଆଜୁଲ ଇସଲାମ, ଅଜ୍ଜମ ଅଲ୍ଲୀ, ଶାହରୁଖ ଖାନ ପ୍ରମୁଖ ସାମିଲ ହୋଇଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରୁ ସବୁ ଆନ୍ଦୋଳନକାରୀଙ୍କୁ ଥାନାକୁ ନେଇ ପରେ ଛାଡ଼ିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/tomato.jpg)