ଭୁବନେଶ୍ୱର : ରାଜଧାନୀର ଏକ ସରକାରୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଏବେ ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି। ୫ଟି ନଗ୍ନ ଫଟୋ ଓ ୧ ମିନିଟ୍ର ୫ଟି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏନେଇ କୌଣସି ଥାନାରେ ଅଭିଯୋଗ ହୋଇନାହିଁ।
ସୂଚନା ମୁତାବକ, ଗତ ପାଞ୍ଚ ବର୍ଷ ତଳେ ସହିଦନଗର ସ୍ଥିତ ଏକ ମହାବିଦ୍ୟାଳୟରେ ଉଭୟ ଯୁବକ ଯୁବତୀ ପାଢ଼ୁଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ତେବେ ଯୁବକ ଜଣକ ଚତୁରତାର ସହିତ ଏହାର ଭିଡିଓ ରେକର୍ଡିଂ କରିଥିଲା। କୌଣସି କାରଣକୁ ନେଇ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ପରସ୍ପରଠରୁ ଦୂରେଇ ଯାଇଥିଲେ। କିଛିଦିନ ପରେ ଯୁବକ ଜଣକ ଛାତ୍ରୀଙ୍କୁ ରୁମ୍କୁ ଡାକିଥିଲା। ହେଲେ ଛାତ୍ରୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇ ନଥିଲେ। ଫଳରେ ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇ ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ ପାଇଁ ଧମକ ଦେଇଥିଲା। ତେବେ ସେ ଏହି ଭିଡିଓ ଭାଇରାଲ୍ କରିଥିବା ସନ୍ଦେହ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/viral-1.jpg)