ଚନ୍ଦ୍ରଶେଖରପୁର : ଯୁବତୀଙ୍କ ଆତ୍ମହତ୍ୟା, ପୁରୁଷ ବନ୍ଧୁ ଅଟକ

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ପୁଲିସ୍‌ ଆଜି ପଟିଆ ମ୍ୟାଗନେଟ୍ ଛକରେ ଥିବା ଏକ ଆପର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ମୃତକ ହେଲେ, ଝୁମ୍ପା ଦେବନାଥ(୨୨)। ସେ ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ କମ୍ପ୍ୟୁଟର୍‌ ସାଇନ୍ସର ଚତୁର୍ଥ ବର୍ଷ ଛାତ୍ରୀ। ଘର କୋଲକାତାରେ। ଏଠା‌ରେ ମେସ୍‌ କରି କିଛି ଯୁବତୀଙ୍କ ସହ ରହୁଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରେମବ୍ୟାପାରରୁ ସେ ଆତ୍ମହତ୍ୟା କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ପୁଲିସ ଝୁମ୍ପାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ, ଆଜି ଅପରାହଣ୍‌ ୩ଟା ବେଳେ ଝୁମ୍ପା ରହୁଥିବା ଆପାର୍ଟମେଣ୍ଟ୍ ତଳେ ଜଣେ ଯୁବକ ଠିଆ ହୋଇ ଚିତ୍କାର କରି ତାଙ୍କୁ ଡାକୁଥିଲେ। ସେ ନ ଆସିବାରୁ ଉତ୍ପାତ କରିଥିଲେ। ଫଳରେ ଆପାର୍ଟମେଣ୍ଟର ବାସିନ୍ଦାମାନେ ଝୁମ୍ପା ରହୁଥିବା ଘରକୁ ଯାଇ ଦେଖିବା ବେଳକୁ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ଥାନାକୁ ସୂଚନା ଦେଇଥିଲେ। ପୁଲିସ ଯୁବକଙ୍କୁ ପଚରାଉଚରା କରି ସେ ଝୁମ୍ପାଙ୍କ ପୁରୁଷ ବନ୍ଧୁ ବୋଲି ଜାଣିବାକୁ ପାଇଛି।

ପୁଲିସ ସୂଚନା ଅନୁଯାୟୀ, ଦୁହେଁ ଗୋଟିଏ କଲେଜ୍‌ରେ ପାଠ ପଢ଼ନ୍ତି। ୩ବର୍ଷ ହେବ ସେମାନଙ୍କ ମଧ୍ୟରେ ସଂପର୍କ ରହିଥିଲା। କୌଣସି କାରଣରୁ ଉଭୟଙ୍କର ବଚସା ହୋଇଥିଲା। ଏନେଇ ଯୁବକଜଣଙ୍କ ଝୁମ୍ପାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ହେଁ ସେ ଉଠାଇ ନଥିଲେ। ତେଣୁ ତାଙ୍କ ଘର ସାମ୍ନାରେ ହଙ୍ଗାମା କରିଥିଲେ। କିନ୍ତୁ ସେତେବେ‌ଳକୁ ଝୁମ୍ପା ନିଜ ଜୀବନ ହାରି ସାରିଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର