ଧଉଳି: ଧଉଳି ଥାନା ଅନ୍ତର୍ଗତ ଇଟିପୁର ଗ୍ରାମର ବିଶ୍ବନାଥ ମଲ୍ଲିକଙ୍କ ପୁଅ ଅଜିତ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅଜିତ ୧୦ମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏ ନେଇ ଧଉଳି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଜିତଙ୍କ ମୃତ୍ୟୁରେ ସେ ପଢ଼ୁଥିବା ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଶୋକ ପ୍ରକାଶ କରିଛନ୍ତି।
ଫ୍ୟାନରେ ଝୁଲି ଛାତ୍ରଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/11/suicide.jpg)