ରାଜ୍ୟ ବଡିବିଲ୍ଡିଂରେ ମହିଳାଙ୍କ କମାଲ

ଭୁବନେଶ୍ବର: ନିଖିଳ ଓଡ଼ିଶା ବଡି ବିଲ୍ଡିଂ ସଂଘ, ଖୋର୍ଧା ଜିଲ୍ଲା ବଡି ବିଲ୍ଡିଂ ଫିଟନେସ୍‌ ଆସୋସିଏସନ୍ ଏବଂ ଜାଗୁଆର ଫିଟନେସ୍‌ର ମିଳିତ ପ୍ରୟାସରେ ଆୟୋଜିତ ରାଜ୍ୟ ବଡି ବିଲ୍ଡିଂ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୭ ଜିଲ୍ଲାର ୪୫ଜଣ ପୁରୁଷ ଏବଂ ୫ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ କୃଷ୍ଣଚନ୍ଦ୍ର ପଣ୍ଡା, ଗୌରୀଶଙ୍କର ବେହେରା, ନିଶାନ୍ତ ବହିଦାର, ହରପ୍ରୀତ ସିଂହ ଓ ଶ୍ରୀକାନ୍ତ ପଣ୍ଡା ପରିଚାଳନା କରିଥିଲେ। ସଭାପତି ଗିରିଜା ଶଙ୍କର ନାୟକ, ଗୀତାଞ୍ଜଳି ପଣ୍ଡା, ବିଭୂତି ବେହେରା ଓ ପଦ୍ମନାଭ ପାତ୍ରଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ପ୍ରତି‌ଯୋଗିତାକୁ ସୂର୍ଯକ୍ଷେତ୍ର ଫାଉଣ୍ଡେସନର ବିପିନ ବିହାରି ମିଶ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ଗିରିଜା ଶଙ୍କର ନାୟକ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ସଂଘର କର୍ମକର୍ତାଙ୍କ ସହ ଶ୍ରୀ ପଣ୍ଡା ଇତ୍ୟବସରରେ ପୁଲୱାମା ସହିଦଙ୍କୁ ସମବେତ ମହମବତି ପ୍ରଜ୍ଜ୍ବଳନ କରି ଶ୍ରଦ୍ଧା‌ଞ୍ଜଳି ଦେଇଥିଲେ। ମହିଳା ବଡିବିଲ୍ଡରମାନେ ପ୍ରତିଯୋଗିତାର ପ୍ରମୁଖ ଆକର୍ଷଣ ଥିଲେ।

ସମ୍ବନ୍ଧିତ ଖବର