ଚନ୍ଦ୍ରଶେଖରପୁର: ଆମେ ଭାଇର ଲୋକ। ଯାହା ଇଚ୍ଛା ତାହା କରିବୁ। ପୁଲିସ୍ ଆଗରେ ମୁହଁ ଖୋଲିଲେ କିଛି ଠିକ୍ ହେବନି। ବସ୍ତିରେ ତ’ ଆଉ ରହିପାରବନି, ଜୀବନରୁ ମଧ୍ୟ ଯିବ। ଗାଧୋଇବା ବେଳର ଭିଡିଓ ଭାଇରାଲ୍ ହୋଇଥିବା ଜଣେ ପୀଡ଼ିତାଙ୍କୁ ଏହା ଥିଲା ଅଭିଯୁକ୍ତଙ୍କ ଧମକ। ଏପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ମଙ୍ଗଳା ବସ୍ତିରେ। ଗାଧୁଆ ଘର ଆଜ୍ବେଷ୍ଟ ଫାଙ୍କରୁ ଯୁବତୀଙ୍କ ଗାଧୋଇବା ବେଳର ଭିଡିଓ ସୁଟିଂ ପରେ ଏହାକୁ ଭାଇରାଲ୍ କରାଯାଇଛି। ଧରାପଡ଼ିବା ଭୟରେ ପୁଲିସ୍ ଆଗରେ ପାଟି ନଖୋଲିବାକୁ ପୀଡ଼ିତାଙ୍କୁ ଧମକ ଦିଆଯାଉଛି। ନିକଟସ୍ଥ ଏକ କଲ୍ ସେଣ୍ଟର୍ରେ କାମ କରୁଥିବା କିଛି ଯୁବତୀ ମଙ୍ଗଳା ବସ୍ତିରେ ଘର ଭଡ଼ା ନେଇ ରୁହନ୍ତି। ତେବେ ଶନିବାର ସନ୍ଧ୍ୟାରେ ଉକ୍ତ ଯୁବତୀଙ୍କ ମଧ୍ୟରୁ ଜଣେ ଅଫିସ୍ରୁ ଫେରି ଗାଧୋଇଥିବା ବେଳେ ଗାଧୁଆଘର ଛାତ ଫାଙ୍କରୁ ଉକ୍ତ ବସ୍ତିର କିଛି ଅସାମାଜିକ ଯୁବକ ମୋବାଇଲ୍ରେ ତାଙ୍କ ଭିଡିଓ ସୁଟିଂ କରୁଥିବା ଦେଖିଥିଲେ। ଏନେଇ ଯୁବତୀ ଜଣଙ୍କ ପାଟି କରିବାରୁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ। ତେବେ ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଅନ୍ୟ ଯୁବତୀମାନେ କାବୁ କରିଦେଇଥିଲେ। ପୁଲିସ୍କୁ ଘଟଣସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେବା ସହିତ ମୋବାଇଲ୍ ଜବତ କରିଥିଲେ। ମାତ୍ର ଏହି ଘଟଣାରେ ମୁହଁ ନଖୋଲିବାକୁ ଅଭିଯୁକ୍ତର ସାଥୀମାନେ ପୀଡ଼ିତା ଓ ତାଙ୍କ ବନ୍ଧୁମାନଙ୍କୁ ଧମକ ଦେଉଥିବା ସୂଚନା ଦେଇଛନ୍ତି। ମଙ୍ଗଳା ବସ୍ତିରେ ସରକାରୀ ଦଳର ସମର୍ଥକ କୁହାଯାଉଥିବା ଜଣେ ଅପରାଧୀର ସହଯୋଗୀମାନେ ଏହି କାଣ୍ଡ ଭିଆଇଥିବା ବସ୍ତି ବାସିନ୍ଦା ଜାଣନ୍ତି। ମାତ୍ର ଭୟରେ କେହି ଏବିଷୟରେ ମୁହଁ ଖୋଲୁନାହାନ୍ତି। ଏପରିକି ପୁଲିସ୍ରେ ଏଫ୍ଆଇଆର୍ ମଧ୍ୟ ନକରିବାକୁ ଯୁବତୀଙ୍କୁ ଧମକ ଦିଆଯାଇଛି। ତେବେ ପୁଲିସ ଆଉ ତିନି ଜଣ ଯୁବକଙ୍କୁ ବସ୍ତିରୁ ଆଣି ପଚରାଉଚୁରା କରୁଛି। କିନ୍ତୁ ଘଟଣା ପଛର ମାଷ୍ଟର୍ମାଇଣ୍ଡ୍କୁ ଧରିପାରୁନି। ଭିଡିଓ ଭାଇରାଲ୍ ମାମଲାରେ ପୁଲିସ୍ର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯୁବତୀଙ୍କ ଗାଧୋଇବା ବେଳର ଭିଡିଓ ସୁଟିଂ ପରେ ଭାଇରାଲ୍ : ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବା ଧମକ
/sambad/media/post_attachments/wp-content/uploads/2018/03/viral-video.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)