ଗୀତା ଇଂଜିନିୟରିଂ କଲେଜରେ ଚକଲେଟ୍‌ ଅଲ୍‌ରାଉଣ୍ଡର୍‌ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍‌.ଏମ୍‌ ଚ୍ୟାନେଲ ରେଡିଓ ଚକ୍‌ଲେଟ୍‌ ୧୦୪ ପକ୍ଷରୁ ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର ସିଜିନ୍-୨’ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରସ୍ଥିତ ଗୀତା ଇଞ୍ଜିନିୟରିଂ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୬ଜଣ ଛାତ୍ରଛାତ୍ରୀ ଭାଗ ନେଇ ନାଚ, ଗୀତ, ବିଟ୍ ବକ୍ସିଂ ଆଦି କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇଥିଲେ। ଓଲିଉଡ୍ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ଆଶିଷ କୁମାର ସାହୁ, ଶୈଳେଜା ପାତ୍ର, ଏଜାଜ୍ ଖାନ୍, ନିଶାନ୍ ଓ ମିତ୍‌ ପ୍ରମୁଖ ଫାଇନାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫାଇନାଲିଷ୍ଟ୍‌ମାନେ ଆସନ୍ତା ୨୧ ସେପ୍ଟେମ୍ବରରେ ହେବାକୁ ଥିବା ଗ୍ରାଣ୍ଡଫିନାଲେରେ ନିଜ ପ୍ରତିଭା ଆଉ ଥରେ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମକୁ ଆର୍.ଜେ ନିଲ୍ ଓ ଆର୍.ଜେ ନିଭି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର