ଭୁବନେଶ୍ବର: ଗୀତାଞ୍ଜଳି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଦ୍ବିତୀୟ ‘ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୧୯’ ଆଜି ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍ର କୃତୀ ଛାତ୍ରଛାତ୍ରୀମାନଙ୍କୁ ‘ଗୀତାଞ୍ଜଳି ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହି ୨ ବ୍ଲକ୍ର ୧୦ଜଣ ଶିକ୍ଷକଙ୍କୁ ‘ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏଥିସହ ବାଲିଅନ୍ତା ବ୍ଲକର ୪ଟି ଉଚ୍ଚ ବିଦ୍ୟାଳୟକୁ ‘ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ’ ପ୍ରଦାନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ଅଶୋକ କୁମାର ମହାପାତ୍ର, ବାଲିଅନ୍ତା ବ୍ଲକ୍ର ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମିରେଖା ପ୍ରଧାନ, ବାଲିପାଟଣା ବ୍ଲକ୍ର ମଣ୍ଡଳ ଉନ୍ନୟନ ଅଧିକାରୀ ମିତାଞ୍ଜଳି ଦାସ, ଶିକ୍ଷାବିତ୍ ପ୍ରମୋଦ ପାଢ଼ୀ ଓ ‘ଆତ୍ମଜା’ର ସମ୍ପାଦିକା କବିତା ମଞ୍ଜରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ତାପସ ରଞ୍ଜନ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଶ୍ବଜିତ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଶୁଭୋଜିତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଗୀତାଞ୍ଜଳି ପ୍ରତିଭା ସମ୍ମାନ ସମାରୋହ
/sambad/media/post_attachments/wp-content/uploads/2019/06/Untitled-13-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)