୩୧ ଛାତ୍ରଛାତ୍ରୀଙ୍କୁ ଗୀତାଞ୍ଜଳି ପ୍ରତିଭା ସମ୍ମାନ

ଭୁବନେଶ୍ବର: ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନଠାରେ ପଞ୍ଚମ ଗୀତାଞ୍ଜଳି ପ୍ରତିଭା ସମ୍ମାନ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ୩୧ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଉନ୍ନତମାନର ଶିକ୍ଷାଦାନ ପାଇଁ ୧୨ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ‘ଆଦର୍ଶ ଶିକ୍ଷକ’ ସମ୍ମାନ ଓ ଗୁଣାତ୍ମକ ଶିକ୍ଷା ପାଇଁ ୬ଟି ବିଦ୍ୟାଳୟକୁ ‘ଆଦର୍ଶ ବିଦ୍ୟାଳୟ’ ସମ୍ମାନରେ ସମ୍ମାନିତ କରାଯାଇଛି।

ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଲେ, ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଅଧିକ ଉତ୍ସାହିତ କରିବ। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସମେତ ବିଦ୍ୟାଳୟକୁ ସମ୍ମାନିତ କରିବା ଦ୍ବାରା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉନ୍ନତମାନର ଶିକ୍ଷାଦାନ ପାଇଁ ଅଧିକ ଚେଷ୍ଟା କରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ। ମୁଖ୍ୟବକ୍ତା ବିଧାୟକ ଅରବିନ୍ଦ ଢାଲି ଟ୍ରଷ୍ଟର ଏଭଳି ନିଆରା ପ୍ରୟାସକୁ ପ୍ରଶଂସା କରିବା ସହ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଗକୁ ଅଧିକ ଭଲ ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ସମାଜସେବୀ ନାରାୟଣ ମହାପାତ୍ର, ଉମା‌‌ଦେଈ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଂପାଦକ ଷ୍ଟାଲିନ୍‌ ପରିଜା, ଅନୁଷ୍ଠାନ ମୁଖ୍ୟ ଉପଦେଷ୍ଟା ଶୁଚିସ୍ମିତା ପୃଷ୍ଟି ଓ ଶିକ୍ଷାବିତ୍‌ ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦୀନବନ୍ଧୁ ଭୋଇ ଧନ୍ୟବାଦ ଦେଇଥିଲେ। ମ୍ୟାନେଜିଂ ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ଓ ସମାଜସେବୀ ଲକ୍ଷ୍ମଣ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର