ଭୁବନେଶ୍ବର: ରଙ୍ଗବୋଳା ମୁହଁରୁ ଭାସି ଆସୁଥିଲା ନବରସର ଶବ୍ଦ ସମୂହ। ପାରମ୍ପରିକ ବାଦ୍ୟ ସହ ତାଳ ଦେଇ ସେମାନେ ଚାଲୁଥିଲେ ରାଜକୀୟ ଢଙ୍ଗରେ। ଗୀତ ଓ ଅଭିନୟ ଚାତୁରିକୁ ଫେଣ୍ଟାଫେଣ୍ଟି କରି ପାରମ୍ପରିକ ଗୀତିନାଟ୍ୟରେ ସତ୍ୟନାରାୟଣ ଜେନା ଓ ସାଥୀ ରବୀନ୍ଦ୍ର ମଣ୍ଡପରେ ଭେଟି ଦେଇଥିଲେ ‘ମହିଷମର୍ଦିନୀ’। ଅବସର ଥିଲା ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ୨ ଦଳ ଗୀତିନାଟ୍ୟ ପରିବେଷଣ କରିଥିଲେ। ମହିଷା ମର୍ଦିନୀ ସମେତ ସାଲେପୁରର ଲକ୍ଷ୍ମୀ ନୃସିଂହ ସାଂସ୍କୃତିକ ସଂସଦ ‘ମୁରାସୁର ବଧ’ କଥାବସ୍ତୁ ପରିବେଷଣ କରିଥିଲେ। ପୌରାଣିକ କାହାଣୀକୁ ଗୀତିନାଟ୍ୟ ମାଧ୍ୟମରେ ଉପସ୍ଥାପନ କରିବା ବେଳେ ସହରବାସୀ ଗ୍ରାମୀଣ ପରଶ ପାଇଥିଲେ। ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଏବଂ ସଚିବ ବିଜୟ କୁମାର ଜେନା ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆସନ୍ତାକାଲି ଆଉ ୨ ଦଳ ଗୀତିନାଟ୍ୟ ପରିବେଷଣ କରିବେ।
ଗୀତିନାଟ୍ୟରେ ‘ମହିଷମର୍ଦିନୀ’
/sambad/media/post_attachments/wp-content/uploads/2018/12/Untitled-11-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)