ଭୁବନେଶ୍ବର: ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ଭୁବନେଶ୍ୱର ଜିଲ୍ଲା ଉପଦେଷ୍ଟା ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରୁଛି ବୋଲି କହିବା ସହିତ ତିନି ବର୍ଷ ହେଲା ସାଧାରଣତନ୍ତ୍ର ଦିବସ ପରେଡରୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ବାଦ ଦେବା ନିନ୍ଦନୀୟ ବୋଲି କହିଥିଲେ।
ବିଜେଡିର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ଦାସ ଓ ୧୧ ନମ୍ବର ୱାର୍ଡର ସଭାପତି ମହେଶ୍ୱର ବିଶ୍ୱାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଭିଏସ୍ଏସ୍ ନଗର ବାବା ଆଖଣ୍ଡଳମଣି ଯୁବକ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ, ଯୁବକ ସଂଘର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସାମଲ, ଜିତେନ୍ଦ୍ର ହାଂସଦା, ବରୁଣ କୁମାର ସାହୁ, ସମ୍ବିତ ବେହେରା, ଜ୍ଞାନ ରଞ୍ଜନ ବେହେରା, ବିଶ୍ୱଜିତ ବେହେରା, ସୌରଭ ବେହେରା, ସଂଗ୍ରାମ ଗୟା, ସୁମନ୍ତ ପଟେଲ, ଶୁଭସ୍ମିତା ପାତ୍ର ଓ ଦେବାଶିଷ ଜେନା ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଭାରତରତ୍ନ ଦେବାକୁ ଦାବି କରିଥିଲେ।