ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା: ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା ଓଡ଼ିଆ ଝିଅ ତେଜସ୍ମିତା ଦ୍ବିତୀୟ ରନର୍ସଅପ୍‌

ଭୁବନେଶ୍ବର: ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍‌ ମିସେସ୍‌ ଇଣ୍ଡିଆ (ଜିରୋ ସାଇଜ୍‌) ପ୍ରତିଯୋଗିତା‌ରେ ଦ୍ବିତୀୟ ରନର୍ସଅପ୍‌ ବା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଆ ଝିଅ ତେଜସ୍ମିତା ମହାପାତ୍ର। ଜାନୁଆରିରେ ଭୁବନେଶ୍ବରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ତେଜସ୍ମିତା ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଚଳିତ ମାସ ଗୋଆଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରି. ଜଜିଂ, ଯୋଗ୍ୟତା, ଜାତୀୟ ପୋଷାକ ଓ ପ୍ରଶ୍ନୋତ୍ତର ଆଦି ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ଭଲ ପ୍ରଦର୍ଶନ କରି ଶ୍ରୀମତୀ ମହାପାତ୍ର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ‌ହୋଇଥିଲେ। ପ୍ରକାଶଥାଉ କି, ତେଜସ୍ମିତା କଟକସ୍ଥିତ ଡଗରପଡ଼ା ନିବା‌ସୀ ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ମହାପାତ୍ର ଓ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ କନିଷ୍ଠ କନ୍ୟା। ଏହି ସଫଳତା ପରେ ତେଜସ୍ମିତା ନିଜକୁ ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ‌ଯୋଗ୍ୟ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର