ଭୁବନେଶ୍ବର: ଜନତା ମଇଦାନଠାରେ ଗୁପ୍ତା ଇଭେଣ୍ଟ୍ସ ମ୍ୟାନେଜମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଗ୍ଲୋବାଲ୍ ବିଜ୍ନେସ୍ କାର୍ନିଭାଲ୍-୨୦୨୩ ଆୟୋଜନ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ନିଭାଲ୍ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାର୍ନିଭାଲକୁ ସମ୍ପୂର୍ଣ୍ଣ ଏସି ହ୍ୟାଙ୍ଗରରେ ଆୟୋଜନ କରାଯାଇଛି। ୫ଲକ୍ଷରୁ ଅଧିକ ଗ୍ରାହକ ଏହି କାର୍ନିଭାଲ୍ ପରିଦର୍ଶନ କରିବା ଆଶା କରାଯାଉଛି। ଏଥିରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଛନ୍ତି। ସ୍ବତନ୍ତ୍ର ପ୍ରପର୍ଟି ବ୍ରାଣ୍ଡ ଏକ୍ସପୋ, ଫର୍ଣ୍ଣିଚର ଆଣ୍ଡ ଇଣ୍ଟେରିଅର୍, ଗ୍ଲୋବାଲ ଏଜୁକେସନ, ଆଇଟି ଆଣ୍ଡ ସଫ୍ଟୱେର, ଫ୍ୟାସନ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍, ହେଲଥ୍ ଆଣ୍ଡ୍ ୱେଲ୍ନେସ୍, ସ୍ୱଦେଶୀ, ଅଟୋ ଏକ୍ସପୋ ଆଦି ଆୟୋଜନ କରାଯାଇଛି। ଏମଏସଏମଇ ଏବଂ କଏର ବୋର୍ଡ ସହିତ ଅନୁବନ୍ଧିତ ହୋଇ କ୍ଷୁଦ୍ର ବ୍ୟବସାୟିକ ଅନୁଷ୍ଠାନ ପାଇଁ ସରକାରୀ ରିହାତିର ବ୍ୟବସ୍ଥା କରାଯାଇଛି।
ଏହି କାର୍ନିଭାଲ୍ରେ ଆଇଟି ଓ ସଫ୍ଟୱେର, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବକ୍ତାମାନଙ୍କୁ ନେଇ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଓପନ୍ କିଚେନ୍ ଆଣ୍ଡ ବାର୍ ଦ୍ୱାରା ଏକ ଫୁଡ୍ ଜୋନ୍ ସ୍ଥାପନ କରାଯାଇଛି ବୋଲି ଗୁପ୍ତା ଇଭେଣ୍ଟ୍ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା କହିଛନ୍ତି।
କାର୍ନିଭାଲ୍ର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସେଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ସମ୍ମାନିତ ଅତିଥି ଭାବେ ବିଏମ୍ସି ମେୟର ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ଏମ୍ଏସ୍ଏମ୍ଇ ନିର୍ଦ୍ଦେଶକ ପବନ ଗୁପ୍ତା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିପିସିଏଲ୍ର ସ୍ବାଧୀନ ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ବିଶ୍ୱାଳ, ଆଇସିସି ଓଡ଼ିଶାର ଉପାଧ୍ୟକ୍ଷ ରାଜୀବ ଶେଖର ସାହୁ, ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ବିବେଦୀ, ଗୁପ୍ତା ଇଭେଣ୍ଟ୍ସ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପକ ମହାନ୍ତି, ପ୍ରପର୍ଟି ବ୍ରାଣ୍ଡ୍ ନିର୍ଦ୍ଦେଶକ ସଚିନ୍ ସିଂହ ଏବଂ ନିର୍ଦ୍ଦେଶିକା ପାୟଲ ଆଚାର୍ଯ୍ୟ ଗୁପ୍ତା ଉପସ୍ଥିତି ଥିଲେ।