ସର୍ବଭାରତୀୟ ହସ୍ତତନ୍ତ ପ୍ରଦର୍ଶନୀ

ଭୁବନେଶ୍ୱର: ରସୁଲଗଡ଼ ଦୁର୍ଗାପୂଜା ପଡ଼ିଆରେ ସର୍ବଭାରତୀୟ ହସ୍ତତନ୍ତ ପ୍ରଦର୍ଶନୀ-୨୦୨୨ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଓ ଡେପୁଟି ମେୟର ମଞ୍ଜୁଲତା କହଁର ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୧୪୦ ବ୍ୟବସାୟୀ ୮୦ଟି ଷ୍ଟଲ୍‌ରେ ବ୍ୟବସାୟ କରିବେ। ଏଥିରେ ହସ୍ତତନ୍ତ, ଘରକରଣା ସାମଗ୍ରୀ, ଆସବାବପତ୍ର ଏବଂ ମୀନାବଜାରର ବ୍ୟବସ୍ଥା କରାଯାଇଛି।

ଏହି ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ କର୍ପୋରେଟର ଏସ୍‌କେ ନୁର, ପୂର୍ବତନ କର୍ପୋରେଟର ସଞ୍ଜୟ ବଳିଆରସିଂହ, ରସୁଲଗଡ଼ ପୂଜା କମିଟି ସଭାପତି ମଳୟ କୁମାର ରାଉତରାୟ, ନିରଞ୍ଜନ ରାଉତରାୟ, ପ୍ରତାପ ରାଉତରାୟ, ରାଜେଶ କୁମାର ସ୍ୱାଇଁ ଏବଂ ଅନିଲ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦର୍ଶନୀରେ ବ୍ୟବସାୟୀମାନେ ଭଲ ବ୍ୟବସାୟ କରିବେ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର