ପଶୁ ହିଂସା ବିରୋଧରେ ପଦଯାତ୍ରା

ଭୁବନେଶ୍ବର: ପଶୁ ହିଂସା ବିରୋଧରେ ଆଜି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ‘ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟ’ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମଗ୍ର ବିଶ୍ବରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଭୁବନେଶ୍ବରଠାରେ ମଧ୍ୟ ପରିବେଶପ୍ରେମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶ୍ବରେ ବାଘ, ହାତୀ ଭଳି ପଶୁଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଯାଉଛି, ତାହା ଚିନ୍ତାଜନକ ବୋଲି ଟ୍ରଷ୍ଟ୍‌ର କର୍ମକର୍ତାମାନେ କହିଛନ୍ତି। ପ୍ରତି କର୍ମୀମାନେ ବାଘ, ହାତୀଙ୍କ ଭଳି ପଶୁଙ୍କ ଚିତ୍ର ଥିବା ପ୍ଲାକାର୍ଡ ଧରି ପଶୁ ହତ୍ୟା ବିରୋଧରେ ‌ସ୍ଳୋଗାନ୍‌ ଦେଇଥି‌ଲେ। ମହାରାଷ୍ଟ୍ରର ରାଲେଗାଁରେ ଗୋଟିଏ ବାଘୁଣୀର ୧୧ ମାସର ଶିଶୁକୁ ଟ୍ରାଙ୍କୁଲାଇଜ୍‌ କରିବା ଆଳରେ ମାରି ଦିଆଗଲା। ଜଙ୍ଗଲ ବିଭାଗର ଏଭଳି ଅମାନବୀୟ କାର୍ଯ୍ୟ ଓ ଅବହେଳାକୁ ସମଗ୍ର ବିଶ୍ବର ବନ୍ୟପ୍ରାଣୀ କର୍ମୀ ଓ ପରିବେଶବିତ୍‌ମାନେ ନିନ୍ଦା କରିଛନ୍ତି। ମହାରାଷ୍ଟ୍ରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଏହି ବାଘଛୁଆ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି। ‘ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟ୍‌’ର ଆବାହକ ପ୍ରିୟରଂଜନ ପଣ୍ଡାଙ୍କ ନେତୃତ୍ବରେ ଆଜି ବହୁ ସଂଖ୍ୟାରେ ବନ୍ୟପ୍ରାଣୀ କର୍ମୀ ଏହି ବିକ୍ଷୋଭରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର