ଚନ୍ଦ୍ରଶେଖରପୁର: ପୁରାଣରେ ‘ପ୍ରଳୟ’ ସଂପର୍କରେ ଉଲ୍ଲେଖ ରହିଛି। ମାଳିକାରେ ବାଇଶି ପାହାଚେ ମୀନ ଖେଳିବ ବୋଲି ବର୍ଣ୍ଣନା ରହିଥିବା ମଧ୍ୟ କୁହାଯାଉଛି। କିନ୍ତୁ ଆମ ଭିତରୁ କେହି ପ୍ରଳୟକୁ ଦେଖି ନାହେଁ। ବର୍ତ୍ତମାନ ସମୟରେ ‘ବିଶ୍ବ ତାପାୟନ’ ଯୋଗୁଁ ଯେଉଁ ପ୍ରଳୟର ଆଶଙ୍କା କରାଯାଉଛି, ତା’ର କାରଣ ମାନବ ସମାଜ। ମଣିଷ ପାଖରେ ଏହାର ନିରାକରଣ ମଧ୍ୟ ରହିଛି। ଏଭଳି ବିପଦକୁ ଏଡ଼ାଇବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ। ରାଜଧାନୀବାସୀ ଅଳ୍ପ ସ୍ଥାନରେ ଅତ୍ୟାଧୁନିକ ସବୁଜିମା ସୃଷ୍ଟି କରିବା ପଦକ୍ଷେପ ଆପଣାଇବା ଉଚିତ। ଏ ଦୃଷ୍ଟିରୁ ଆଜିର କାର୍ଯ୍ୟକ୍ରମର ଅନେକ ଗୁରୁତ୍ବ ରହିଛି। ଆଜି ପଟିଆ ସୂର୍ଯ୍ୟବିହାରସ୍ଥିତ ଗ୍ରୋ-ଗ୍ରିନ୍ ଅତ୍ୟାଧୁନିକ ନର୍ସରିକୁ ଉଦ୍ଘାଟନ କରି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଲେ, କେବଳ ଗୋଟିଏ ଚାରା ପୋତିଦେଲେ ହେବ ନାହିଁ, ତା’ ପଛରେ ଥିବା ଭାବନା ଆମ ଆଚରଣ ଓ ଉଚ୍ଚାରଣରେ ପ୍ରତିଫଳିତ ହେବା ଦରକାର।
ଉତ୍ସବରେ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରିନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଦୁଇ ମହଲା ବିଶିଷ୍ଟ ଗ୍ରିନ୍ ଗ୍ୟାଲେରିକୁ ଉଦ୍ଘାଟନ କରି ବିଭିନ୍ନ ପ୍ରକାର ଗାଲିଚା ବୁଲି ଦେଖିଥିଲେ। ଅନୁଷ୍ଠାନର ମୁଖ୍ୟ ଅଶୋକ ସାରଦା ଅତିଥିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀ ସଂପର୍ଣ୍ଣା ଅତିଥିମାନଙ୍କୁ ଗାଲିଚା ବୁଲାଇ ଦେଖାଇଥିଲେ। ସମର୍ଥ ସତ୍ୟ ଓ ପ୍ରତୀକ୍ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଗ୍ରୋ-ଗ୍ରିନ୍ ଅତ୍ୟାଧୁନିକ ନର୍ସରିରେ ଘର ଭିତର ଅଳ୍ପ ସ୍ଥାନରେ ଘର ଭିତରେ, ବାହାରେ, ବାଲକୋନି ଓ ଛାତ ଉପରେ ଗଛକୁ ସୁନ୍ଦରଶୈଳୀରେ ରୋପଣ କରାଯାଇପାରିବା ଭଳି ଗଛ ଉପଲବ୍ଧ। ଘରକୁ ସୁନ୍ଦର ଭାବେ ସଜାଇବା ଓ ବନ୍ଧୁମାନଙ୍କୁ ଉପହାର ଦେବା ନେଇ ଡିଜାଇନ୍ ପାତ୍ରରେ ବୃକ୍ଷ ମଧ୍ୟ ଏଠାରେ ମିଳୁଛି।
ବୃକ୍ଷରୋପଣ କରି ପ୍ରଳୟ ସମ୍ଭାବନାକୁ ଏଡ଼ାଇହେବ: ସୌମ୍ୟରଂଜନ
ପଟିଆରେ ଗ୍ରୋ-ଗ୍ରିନ୍ ଅତ୍ୟାଧୁନିକ ନର୍ସରି ଉଦ୍ଘାଟିତ
/sambad/media/post_attachments/wp-content/uploads/2020/03/g87j98dg7j98dgjdgdgdgdgdgdgdgdgdgdgdgdgdgdgdgdgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)