ପୁରୁଣା ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସିଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେ ମହାପ୍ରଭୁଙ୍କୁ ପୂଜାର୍ଚନା କରି ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଛନ୍ତି। ମନ୍ଦିରରେ ପ୍ରବେଶ କରି ସେ ପ୍ରଥମେ ସିଦ୍ଧି ବିନାୟକ ଓ ପରେ ନୃସିଂହ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଖକୁ ଯାଇ ସେଠାରେ ଜଳ ଓ କ୍ଷୀର ଲାଗି କରି ପୂଜା କରିଥିଲେ। ପରେ ବଡ଼ ଗଣେଶ, ମା’ ପାର୍ବତୀ, ମା’ ଭୁବନେଶ୍ବରୀଙ୍କ ପାଖରେ ପୂଜା କରିବା ପରେ ନନ୍ଦୀ ଦର୍ଶନ କରି ମନ୍ଦିରରୁ ବାହାରିଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ଅବଢ଼ା ପ୍ରଦାନ କରିଥିଲେ। ସେବାୟତ କୃଷ୍ଣଚନ୍ଦ୍ର ବଡୁ, ମୌସମ ବଡୁ, ଦେବାଶିଷ ମହାପାତ୍ର, ସ୍ୱାଗତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ନୂତନ ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ଲିଙ୍ଗରାଜ ମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।
ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2024/06/sfhshhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)