ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ର ଅଡିଓ ରିଲିଜ୍‌

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଏମ୍ପାୟାର୍ସ ହୋଟେଲ୍‌ ପରିସରରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ର ମ୍ୟୁଜିକ୍‌ ରିଲିଜ୍‌ ହୋଇଯାଇଛି। ଏଥିରେ ଅଭିନେତା ମିହିର ଦାସ ମୁଖ୍ୟ ଅତିଥି ଏବଂ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ପ୍ରତିମା ପ୍ରଡ଼କ୍ସନର ଦିଗ୍‌ଦର୍ଶକ ସନ୍ତୋଷ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କଳାକାରଙ୍କୁ ଉତ୍ସାହିତ କରିଥିଲେ। ସମ୍ପତ ଶତପଥୀ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ ଏହାର କାହାଣୀ ପରିକଳ୍ପନା ସହ ସଂଳାପ ରଚନା କରିଛନ୍ତି ନନ୍ଦଲାଲ ମହାପାତ୍ର। ଚିତ୍ରନାଟ୍ୟ ପ୍ରସ୍ତୁତ ସହ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର। ଚଳଚ୍ଚିତ୍ରର ସହପ୍ରଯୋଜକ ସମ୍ବିତ ସ୍ୱରୂପ ଶତପଥୀ ଓ ଦୀପ୍ତିରଞ୍ଜନ ସାହୁ, ସବ୍ୟସାଚୀ ଜେନା ଓ ଦିବ୍ୟଲୋଚନ ସାହୁଙ୍କ ସମେତ ଚଳଚ୍ଚିତ୍ରର ନାୟକ ପପୁ ପମ୍‌ପମ୍‌, ନବାଗତା ନାୟିକା ମନୀଷା ଏବଂ ଅଭିନେତା ସୁଜିତ ଓ ଅନ୍ୟ କଳାକାରମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ସମେତ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସତ୍ୟଜିତ, ପପୁ ପମ୍‌ପମ୍ ଓ ଟି. ସୌରୀ ପ୍ରମୁଖ ଯୋଗ ଦେଇଥିଲେ। ଓଲିଉଡ୍‌ କ୍ରିଏଟିଭ୍‌ ମୁଖ୍ୟ ପ୍ରଣୟ ଜେଠୀ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର