ପୁରୁଣା ଭୁବନେଶ୍ୱର: ସୋମବାର ରାତିରେ ହୋଇଥିବା ଲଗାଣ ବର୍ଷରେ ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ମନ୍ଦିରରେ ପାଣି ପଶିଥିଲା। କେତେକ ମନ୍ଦିରରେ ଠାକୁର ପାଣିରେ ବୁଡ଼ି ଯାଇଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିର ବାଇଶି ପାହାଚ ସମେତ କେତେକ ଐତିହ୍ୟସ୍ଥଳୀରେ ପାଣି ଜମି ରହିବା ସହ ବହୁ ସ୍ଥାନରେ ଲୋକଙ୍କ ଘାର ପାଣି ପଶିଥିଲା। ଦମକଳ ବାହିନୀ ପକ୍ଷରୁ ଆଜି ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ପାଣି ନିଷ୍କାସନ କରାଯାଇଥିଲା। ବର୍ଷା ଯୋଗୁ ଲୁଇସ୍ ରୋଡ୍ ନିକଟ ଗୌରୀ ଗାର୍ଡେନ୍ରେ ପାଣି ପଶିଥିଲା। ସେଠାରେ ୫୦ରୁ ଊର୍ଧ୍ୱ ପରିବାରଙ୍କ ଘରେ ୨ଫୁଟ୍ର ପାଣି ପଶିଥିଲା। ସେହିପରି ଗୌରୀ ନଗର ବସ୍ତି, ଭୀମଟାଙ୍ଗୀ ତଳ ଫେଜ୍ ବସ୍ତି, ଭୀମଟାଙ୍ଗୀ ଉପର ଫେଜ୍ ଅଟାକଳ ଗଳି, ନୂଆଗାଁ ରୁଦ୍ର ବିହାରରେ ପାଣି ପଶିଥିଲା। ତେବେ ବର୍ଷା କମିବା ପରେ ଦମକଳ ବାହିନୀ ପକ୍ଷରୁ ଗୌରୀ ଗାର୍ଡେନ୍ରେ ମଟର ଲଗାଇ ପାଣି ନିଷ୍କାସନ କରାଯାଇଥିଲା। ମେଘେଶ୍ୱର ମନ୍ଦିରରେ ମହାଦେବ, ବୋଇତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିରରେ ପାଣି ଜମି ରହିଥିଲା।
ପୁଣି ପାଣିରେ ବୁଡ଼ିଲେ ଠାକୁର
/sambad/media/post_attachments/wp-content/uploads/2018/08/lingaraj-mandir-mani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)