ବାଲିଅନ୍ତାର ୨୦ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା

ବାଲିଅନ୍ତା: ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତର ୨୦ଟି ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ବାଲିଅନ୍ତା ଥାନା ସଭା କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୬ଟି ପଞ୍ଚାୟତରୁ ୨୦ଟି ଦୁର୍ଗାପୂଜା କମିଟିର କାର୍ଯ୍ୟକର୍ତ୍ତାବୃନ୍ଦ ବୈଠକରେ ଉପସ୍ଥିତ ଥିଲେ। ଥାନା ଅଧିକାରୀ ଯୁବରାଜ ସ୍ବାଇଁ ବୈଠକରେ ଅଧ୍ୟକ୍ଷତା କରି ପୂଜା ପରିଚାଳନା ଓ ଭସାଣି ଉତ୍ସବ ଶାନ୍ତିଶୃଙ୍ଖଳା ସହ କରିବା ପାଇଁ କମିଟି କାର୍ଯ୍ୟକର୍ତ୍ତାମାନଙ୍କ ସହଯୋଗ ଲୋଡ଼ିଥିଲେ।

କମିଟି ନେତୃବୃନ୍ଦ ଏଥିରେ ସମ୍ମତି ପ୍ରଦାନ କରିଥିଲେ। ସୂଚନା ଅନୁସାରେ ବେଣୁପୁର ପଞ୍ଚାୟତରେ ୬ଟି, ଭିଙ୍ଗାରପୁର ପଞ୍ଚାୟତରେ ସର୍ବାଧିକ ୭ଟି, ବାଳକାଟି, ବେଣ୍ଟପୁର ଡେଲଟା ବଜାର, ବାଳକାଟି ବଜାର, ଖମଙ୍ଗବଜାର ଏବଂ ବୁଦ୍ଧିପଡ଼ା ବଜାର କମିଟି ଏବଂ ଅନ୍ୟ ୩ଟି ପୂଜା ମଣ୍ଡପରେ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି।

ସମ୍ବନ୍ଧିତ ଖବର