ବାଲିପାଟଣା: ସରାଟ ମୌଜାର ଆରାଧ୍ୟ୍ୟ ଦେବତା ଶ୍ରୀନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରରେ ଦେବ ବିବାହ ସମ୍ପନ୍ନ ହୋଇଛି। ପ୍ରାଣକୃଷ୍ଣ ପଣ୍ଡା କନ୍ୟାପିତା ଏବଂ ମୃତ୍ୟଞ୍ଜୟ ଦୀକ୍ଷିତ ବର ପିତା ଭାବେ କର୍ମରେ ବସିଥିଲେ। ସେହିପରି ବିଶ୍ୱନାଥପୁର ମା’ ଦକ୍ଷିଣେଶ୍ୱରୀ ଉନୟନ୍ନ ପରିଷଦ ଆନୁକୂଲ୍ୟରେ ବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ରୂପେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ସହ ମା’ ଦୁର୍ଗା ଦେବୀଙ୍କ ବିବାହ ସମ୍ପନ୍ନ ହୋଇଛି।

Advertisment

ଅନୁରୂପ ଭାବେ ଗାରେଡ଼ିପାଞ୍ଚଣ ଗ୍ରାମର ବୁଦ୍ଧନାଥ ମହାଦେବଙ୍କ ସମେତ ଅନ୍ୟାନ୍ୟ ଶିବ ମନ୍ଦିରରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି।