ଗୋଖିବାବାଙ୍କୁ ନଡ଼ିଆ ଅର୍ପଣ କଲେ ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର : ଗୋଖିବାବାଙ୍କ ସ୍ମୃତିରେ ସୁନ୍ଦରପଦାଠାରେ ଗୋଖିବାବା ମେଳା କମିଟି ପକ୍ଷରୁ ମକର ଉତ୍ସବ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆଜି ପୂବାହ୍ନରେ ଗାଦିପୂଜା, ପରେ ଗାୟତ୍ରୀ ଯଜ୍ଞ, ସନ୍ଧ୍ୟାରେ ଭାଗବତ ପାଠ କରାଯାଇଥିଲା। ସନ୍ଧ୍ୟାରେ ହରିନାମ ସଂକୀର୍ତ୍ତନ କରାଯାଇଥିଲା। ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ସମେତ ଅନ୍ୟ ସଂକୀର୍ତ୍ତନ ଦଳ ଏଥିରେ ସାମିଲ ହୋଇଥିଲେ। ଆସନ୍ତା କାଲି ପୂର୍ବାହ୍ନରେ ନଗର କୀର୍ତ୍ତନ ଓ ବାଲ୍ୟଲୀଳା ଅୟୋଜିତ ହେବ। ସେହିପରି ୧୫ତାରିଖରେ ମେଳା କମିଟି ପକ୍ଷରୁ ସାମାଜିକ ନାଟକ ‘ଖରାପ ଝିଅର ଗପ’ ଓ ୧୬ ତାରିଖରେ ‘ରାମ ବନବାସ କାହାଣୀ ଶେଷ’ ନାଟକ ମଞ୍ଚସ୍ଥ ହେବ। ୧୭ ତାରିଖରୁ ଭାଗବତ ସପ୍ତାହ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ‌େହବ। ପଣ୍ଡିତ ବିଶ୍ବନଥ ଶତପଥୀ ପ୍ରବଚନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଆଜି ସଂକ୍ରାନ୍ତି ତିଥିରେ ଗୋଖିବାବାଙ୍କ ସମାଧିସ୍ଥଳରେ ଶତାଧିକ ନଡ଼ିଆ ଲାଗି କରାଯିବା ସହ ଶହଶହ ଭକ୍ତ ପୂଜାର୍ଚନା କରିଥିଲେ। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ଅମିୟ ଦାଶ, ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ସ୍ଥାନୀୟ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ, ବିଜେଡି ନେତା ବାବୁ ସିଂ, ମେଳା କମିଟିର ପୂର୍ବତନ ସଭାପତି ରାମକୃଷ୍ଣ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର