ଭୁବନେଶ୍ୱର: ରାଜଧାନୀରେ କଳା ପଲସର ଆତଙ୍କ । ଝିଅକୁ ସ୍କୁଲରେ ଛାଡି ମହିଳା ଜଣକ ସ୍କୁଟି ଘରକୁ ଫେରୁଥିବା ସମୟରେ ଲୁଟେରା ପଛରୁ ଆସି ସୁନା ଚେନ ଝାମ୍ପି ନେଇଛନ୍ତି | ଏହି ଘଟଣାରେ ସ୍କୁଟିରୁ ପଡି ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି ।ତାଙ୍କର ମୁଣ୍ଡରେ ଓ ଗୋଡ଼ରେ ଆଘାତ ଲାଗିଛି |
ମିଳିଥିବା ସୂଚନା ମୁତାବକ ଦୁଇ ଜଣ ଲୁଟେରା ପଲସରରେ ଆସି ସୁନା ଚେନ ଝାମ୍ପି ନେଇଛନ୍ତି | ଏହି ଘଟଣା ନୟାପଲ୍ଲୀ ଥାନା ସ୍ଟୁୱାର୍ଟ ସ୍କୁଲ ପାଖରେ ଘଟିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/loot-aff.jpg)
