ଝିଅକୁ ସ୍କୁଲରେ ଛାଡି ଫେରୁଥିବାବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ ଲୁଟ

ଭୁବନେଶ୍ୱର: ରାଜଧାନୀରେ କଳା ପଲସର ଆତଙ୍କ । ଝିଅକୁ ସ୍କୁଲରେ ଛାଡି ମହିଳା ଜଣକ ସ୍କୁଟି ଘରକୁ ଫେରୁଥିବା ସମୟରେ ଲୁଟେରା ପଛରୁ ଆସି ସୁନା ଚେନ ଝାମ୍ପି ନେଇଛନ୍ତି | ଏହି ଘଟଣାରେ ସ୍କୁଟିରୁ ପଡି ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି ।ତାଙ୍କର ମୁଣ୍ଡରେ ଓ ଗୋଡ଼ରେ ଆଘାତ ଲାଗିଛି |

ମିଳିଥିବା ସୂଚନା ମୁତାବକ ଦୁଇ ଜଣ ଲୁଟେରା ପଲସରରେ ଆସି ସୁନା ଚେନ ଝାମ୍ପି ନେଇଛନ୍ତି | ଏହି ଘଟଣା ନୟାପଲ୍ଲୀ ଥାନା ସ୍ଟୁୱାର୍ଟ ସ୍କୁଲ ପାଖରେ ଘଟିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର