ଭୁବନେଶ୍ବର : ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟ ସମ୍ମୁଖରୁ ୨ଜଣ ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଏନ୍-୩ରେ ରହୁଥିବା ସସ୍ମିତା ସାହୁ। ଏ ନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ଗତ ୧୮ତାରିଖ ସକାଳ ୭ଟା ବେଳେ ସେ ନିକଟସ୍ଥ ଶନିମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ସେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିବା ବେଳେ ଏକ ଧଳାରଙ୍ଗର ସ୍କୁଟିରେ ଥିବା ୨ ଦୁର୍ବୃତ୍ତ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ରୁ ଦୁର୍ବୃତ୍ତଦ୍ବୟଙ୍କ ବାବଦରେ ସୂଚନା ସଂଗ୍ରହ କରୁଛି।