ଭୁବନେଶ୍ୱର :ବୁଧବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି। ଲୁଟ୍ର ଶିକାର ଯୁବକ ହେଲେ ସୁବାଷ ବେହେରା। ସେ ସ୍ଥାନୀୟ ଏକ ମନ୍ଦିରରୁ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଚାରି ଜଣ ଯୁବକ ଅଚାନକ ତାଙ୍କୁ ଘେରି ଯାଇଥିଲେ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମାରଣାସ୍ତ୍ର ଚୋଟରେ ସେ ଗୁରୁତର ହୋଇ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନ୍ ନେଇ ଫେରାର୍ ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।
ଯୁବକଙ୍କୁ ଆକ୍ରମଣ କରି ଚେନ୍ ଲୁଟ୍
/sambad/media/post_attachments/wp-content/uploads/2021/10/loot-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)