ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ୱର: ସହିଦନଗର ଭବାନୀ ମଲ ନିକଟରେ ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଅପରାହ୍ଣ ୩ଟା ବେଳେ ଏହି ଅଘଟଣ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ସହିଦ ନଗରର ମଧୁସ୍ମିତା ମିଶ୍ର। ବାଣୀବିହାର ସେଣ୍ଟ୍ରାଲ ମଲ୍‌ରୁ ବାହାରି ମୋପେଡ୍‌ ଯୋଗେ ଘରକୁ ଯାଉଥିବା ବେଳେ ତାଙ୍କୁ ରୂପାଲି ଛକଠାରେ ଦୁଇଜଣ ଯୁବକ ପିଛା କରିଥିଲେ। କଳା ପଲସର ସହ କଳା ଜ୍ୟାକେଟ ପିନ୍ଧିଥିବା ଏହି ଯୁବକମାନେ ମୁହଁ ବନ୍ଧିଥିଲେ। ଭବାନୀ ମଲ ପାଖରେ ମଧୁସ୍ମିତା ଗାଡ଼ିର ଗତି ଧିମା କରିବା ପରେ ସେମାନେ ବେକରୁ ଚେନ୍‌ ଝାମ୍ପି ନେଇଥିଲେ। ଚେନ୍‌ର ଓଜନ ୨୪ ଗ୍ରାମ୍‌ ହେବ ବୋଲି ମଧୁସ୍ମିତା କହିଛନ୍ତି। ଏ ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର