ଲକ୍ଷାଧିକ ଟଙ୍କାର ସୁନା ଗହଣା ଝାମ୍ପିନେଲେ

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେଣି ଲୁଟେରା। ସହର ଛାତି ଉପରେ କରୁଛନ୍ତି ଲୁଟ୍‌ପାଟ୍‌। ଯେଉଁ ଛକକୁ ସବୁଠାରୁ ଅଧିକ ସମ୍ବେଦନଶୀଳ କୁହାଯାଉଛି, ଯାହା ଉପରେ ସବୁଠାରୁ ଅଧିକ ନଜର ରଖିଛି କମିସନରେଟ୍‌ ପୁଲିସ, ସେହି ଛକରେ ଅଘଟଣ ଘଟିଛି। ଏଜି ଛକରୁ ରାଜଭବନ ଯିବା ରାସ୍ତାରେ ଜଣେ ମହିଳାଙ୍କଠାରୁ ଲୁଟେରା ଏକ ବ୍ୟାଗ୍‌ ଝାମ୍ପି ନେଇଛି। ସେଥିରେ ଲକ୍ଷେ ଟଙ୍କାର ସୁନା ଗହଣା ସହ ୨୫ହଜାର ଟଙ୍କା ଥିଲା। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ବରମୁଣ୍ଡାର ଜେ. ରାଉତରାୟ ତାଙ୍କ ପତ୍ନୀ ଓ ପୁଅଙ୍କ ସହ ସ୍କୁଟିରେ ବିଜେବି ନଗରରୁ ଫେରୁଥିଲେ। ରାତି ହୋଇଥିବାରୁ ସମସ୍ତ ସୁନା ଗହଣା ସେମାନେ ହାଣ୍ଡବ୍ୟାଗ୍‌ରେ ରଖି ଦେଇଥିଲେ। ପତ୍ନୀ ତନୁଜା ସ୍କୁଟି ପଛରେ ବସିଥିଲେ। ଆଗରେ ପୁଅ ବସିଥିବା ବେଳେ ମଝିରେ ହାଣ୍ଡବ୍ୟାଗ୍‌ ରଖିଥିଲେ। ଏଜି ଛକ ଅତିକ୍ରମ କରିବା ପରେ ତାଙ୍କୁ ଦୁଇଜଣ ଯୁବକ ଏକ ବାଇକ୍‌‌‌ରେ ପିଛା କରିଥିଲେ। ଆରପି ଶର୍ମାଙ୍କ କ୍ବାର୍ଟର୍ସ ସମ୍ମୁଖରେ ସେମାନେ ଏହି ବ୍ୟାଗ୍‌ ଝାମ୍ପି ନେଇଥିଲେ।

ସମ୍ବନ୍ଧିତ ଖବର