ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ସୀମା ଶୁଳ୍କ ବିଭାଗ (କଷ୍ଟମ) ପାଖାପାଖି ୩୦୧.୬୦ ଗ୍ରାମର ଗୋଲାକୃତି ସୁନାଖଣ୍ଡ ଜବତ କରିଛି। ଚାଲାଣ ହେଉଥିବା ଏହି ସୁନାର ବଜାର ମୂଲ୍ୟ ପାଖାପାଖି ୧୦ ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି। ଚେନ୍ନାଇର ଜଣେ ଯୁବକ ଆଜି ଏହି ସୁନା ଧରି କ୍ୱାଲାଲଗମ୍ପପୁରରୁ ବିମାନରେ ଆସିଥିଲେ। ଯାତ୍ରୀଜଣଙ୍କ ଗତକାଲିଠାରୁ ଏହି ସୁନା ନେଇ ଭୁବନେଶ୍ୱର ଆସୁଥିବା କଷ୍ଟମ ବିଭାଗ ନିକଟରେ ଖବର ଥିଲା। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ କଷ୍ଟମ ବିଭାଗ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରୁ କାବୁ କରି ନେଇଥିଲେ। ଯାଞ୍ଚ ବେଳେ ଯୁବକଙ୍କ ଟ୍ରଲି ବ୍ୟାଗ ସିଲିଣ୍ଡର୍ ଭିତରୁ ୪ଟି ସୁନା ଖଣ୍ଡ ଜବତ କରାଯାଇଥିଲା। ଗତ ୨ ମାସ ମଧ୍ୟରେ କଷ୍ଟମ ବିଭାଗ ଭୁବନେଶ୍ୱର ବିମାନବନ୍ଦରରେ ୧୪ ଥର ଚଢ଼ଉ କରି ପାଖାପାଖି ସାଢ଼େ ୫ କେଜି ଓଜନର ସୁନା ଜବତ କରି ସାରିଲାଣି।
ବିମାନବନ୍ଦରରୁ ୧୦ଲକ୍ଷ ଟଙ୍କାର ସୁନା ଜବତ, ୨ ମାସରେ ଜବତ ହେଲାଣି ସାଢ଼େ ୫କେଜି
/sambad/media/post_attachments/wp-content/uploads/2018/05/suna.jpg)