ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରବିବାର ପୁଣି ଥରେ ୧ କିଲୋ ସୁନା ଜବତ ହୋଇଥିବା ସୂଚନା ମିଳିଛି। ବିମାନ ବନ୍ଦରର କଷ୍ଟମ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅଧିକାରୀମାନେ ଭିନ୍ନ ଭିନ୍ନ ସମୟରେ ଚଢ଼ାଉ କରି ସୁନା ଚାଲାଣକାରୀଙ୍କୁ ଧରିଥିଲେ। କଷ୍ଟମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଓ ଜଗତସିଂହପୁର ଅଞ୍ଚଳର ୨ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀର ଯାତ୍ରୀ ଜଣକ ବ୍ୟାଙ୍କକରୁ ଏୟାର ଇଣ୍ଡିଆର ଏଆଇ-୩୩୯ରେ ଭୁବନେଶ୍ୱର ବିମାନ ବନ୍ଦର ଆସିଥିବା ବେଳେ ଜଗତସିଂହପୁର ଅଞ୍ଚଳର ବିମାନ ଯାତ୍ରୀ ଦୁବାଇରୁ ଏୟାର ଇଣ୍ଡିଆର ଏଆଇ-୦୭୭ରେ ଆସିଥିଲେ।
/sambad/media/post_attachments/wp-content/uploads/2018/06/bbsr2-225x300.jpg)
ଉଭୟ ଯାତ୍ରୀଙ୍କୁ ଯାଞ୍ଚ ବେଳେ ସେମାନଙ୍କଠାରୁ ଚେନ ଓ କଡ଼ା ମିଳିଛି ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଜବତ ହୋଇଥିବା ସୁନାର ମୂଲ୍ୟ ୩୧ ଲକ୍ଷ ୫୪ ହଜାର ୬୨୦ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, କିଛି ମାସ ହେବ ଭୁବନେଶ୍ୱର ବିମାବନ୍ଦର ଦେଇ ସୁନାଚାଲାଣ କରିବା ଏକ ସାଧାରଣ ଘଟଣା ହୋଇଯାଇଛି। କଷ୍ଟମ ବିଭାଗ ପକ୍ଷରୁ କଡା ନଜର ରଖାଯାଇଥିଲେ ମଧ୍ୟ ବିମାନ ଯାତ୍ରୀମାନେ ସୁନା ନେଇ ଆସିବା ଅଭ୍ୟାସ ବଦଳାଇ ପାରୁ ନାହିଁ। ବିଗତ ୧୦ ଦିନ ଭିତରେ ୫ ଥର ପାଇଁ ସୁନା ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/bbsr1.jpg)